Odia Kavita:- ଜୟ ଜଗନ୍ନାଥ ସାଙ୍ଗମାନେ, ମୁ ହେଲି ପ୍ରଣବ ବେହେରା । ମୁଁ ଏହି ୱେବସାଇଟର ମାଲିକ ମଧ୍ୟ । ଆଜି ମୁ ଆପଣମାନଙ୍କ ପାଇଁ ଓଡିଆ ଭାଷାରେ ଓଡ଼ିଆ କବିତା (Odia Kavita) ଆଣିଛି । ଓଡିଆ କବିତା (Kavita Kavita) ଲେଖିବା ମୋର ନିତିଦିନିଆ କାମ ଅଟେ । ଏହା ଦ୍ବାରା ମୁ ନିଜକୁ ବହୁତ୍ ଗର୍ବିତ କରେ । ମୁଁ ହିନ୍ଦୀ ଭାଷାରେ ମଧ୍ୟ କବିତା ଲେଖେ । ଚାଲନ୍ତୁ ଆଜି ମୋର ଓଡିଆ ଭାଷାରେ ଓଡ଼ିଆ କବିତା (Odia Kavita) ପଢ଼ିବା ।
Odia Kavita
ମୋ ଘରର ରାଣୀ
ଚାନ୍ଦରୁ ଆସିଛୁ ମୋ ରାଜନନ୍ଦିନୀ
ତୋ ପାଇଁ କରିବି ମୁ ଘର ରଙ୍ଗୀନ
ଥରେ ତୁ କହିଦେ କେତେ ଭଲ ପାଉ ମୋତେ
ତତେ ମୁ କରିବି ମୋ ଘରର ରାଣୀ ।।।।।
ହସରୁ ଲାଗୁଛୁ ତୁ ଫୁଲେଇ ରାଣୀ
ତତେ କିଏ ଗଢିଛି ବସି ଆଲୋ ସଜନୀ
ଥରେ ତୁ କହିଦେ କେତେ ଭଲ ପାଉ ମୋତେ
ତତେ ମୁ କରିବି ମୋ ଘରର ରାଣୀ ।।।।।
ମନ ମୋର ଉଡୁଥିଲା ଖୋଲା ଆକାଶ ତଳେ
ତତେ ଦେଖିଲା ପରେ ମନ ମୋର ରହିଗଲା ତୋରି ଠାରେ
ବୁଝେଇ ପାରୁନି ମନକୁ ମୋର
ତୋ ପାଇଁ ହେଇଯାଉଛି ପାଗଳ ଭଅଁର ।।।।।
କେଉଁ ଦୁନିଆର ରାଜକୁମାରୀ ତୁ
ଏତେ ସୁନ୍ଦରୀ କେମିତି ହେଲୁ ତୁ
ତୋ ଚାହାଣୀରେ ମୁ ହଜିଯାଉଛି
ତୋ କଥା ମୁ ଦିନ ରାତି ବସି ଭାବୁଛି ।।।।।
ଥରେ ତୁ କହିଦେ କେତେ ଭଲ ପାଉ ମୋତେ
ତତେ ମୁ କରିବି ମୋ ଘରର ରାଣୀ ।।।।।
ଜହ୍ନ ଠୁ ସୁନ୍ଦର ଦିଶୁଛୁ ତୁ
ଫଗୁଣର ମେଳରେ ବାସୁଛୁ ତୁ
ଏମିତି ସୁନ୍ଦରୀ କୋଉଠି ଦେଖିନଥିଲି
ତତେ ଦେଖିବା ଆଗରୁ କାହାକୁ ଭଲ ପାଇନଥିଲି ।।।।।
ତୋ ଚାଲିରେ ଫୁଟୁଛି ପଦ୍ମ ଫୁଲ
ଫୁଲ ଠୁ ସୁନ୍ଦର ତୋ ହସମୁଖି ଗାଲ
ତୋ ପ୍ରେମରେ ପଡ଼ିଛି ମୁ
ଶୋଇପାରୁନି ତତେ ଖାଲି ଭାବୁଛି ମୁ ।।।।।
ତୋ ପାଦ କୁ ପାଉଁଜି ଏତେ ଚମୁକୁଛି
ତୋ କଥା ମୋତେ ସବୁ ପ୍ରେମ ପ୍ରେମ ବାସୁଛି
ଥରେ ତୁ କହିଦେ କେତେ ଭଲ ପାଉ ମୋତେ
ତତେ ମୁ କରିବି ମୋ ଘରର ରାଣୀ ।।।।।
କୋଉଠି ଥିଲୁ ଏତେ ଦିନ ଆଲୋ ଚାନ୍ଦିନୀ
ମୋ ପାଇଁ ଆସିଛୁ ସରଗରୁ ଓହ୍ଲେଇ
ତତେ ମୁ କରିଛି ମୋ ମନର ରାଣୀ
ପରି ଟିଏ ଭଳି ହେଇଛୁ ତୁ
ମୁଁ ହେବି ତୋ ରାଜା ତୁ ମୋ ରାଣୀ ।।।।।
ମୋ ଘରକୁ ଆସିବୁ ପାଟ ଓଢଣୀ ଦେଇ
ତୁ ହେଇଯିବୁ ମୋ ଘରର ଲକ୍ଷ୍ମୀ
ସେବେ ମୋ ଘର ଲାଗିବ ମନ୍ଦିର ଭଳି
ସେ ଦିନ ଆଉ ଦୂର ନାହିଁ ।।।।।
ତୁ ଖାଲି କହିଦେ ଭଲ ପାଉ ମୋତେ ବୋଲି
ତତେ ମୁ କରିବି ମୋ ଘରର ରାଣୀ ।।।।।
ମନର ଚଢ଼େଇ
ମନରେ ମୋର ଘର ତୋଳି ଥିଲି
ତତେ ରଖିବି ବୋଲି
ସେଦିନ ଆସିଲା ନାହିଁ କେବେ
ତୁ ମନା କରିଦେଲୁ ମୋତେ ଯେବେ ।।।।।
ଭାଙ୍ଗିଗଲା ମନ ମୋର
ଆଶା କରିଥିଲି ତୁ ହେବୁ ମୋର
ଭଲ ପାଇଥିଲି ତତେ ମୁ
ଚାନ୍ଦର ଚାନ୍ଦିନୀ କରିବି ବୋଲି ମୁ
ସପନ ଦେଖୁଥିଲି ଦିନ ରାତି ମୁ ।।।।।
ହୃଦୟରୁ ଭଲ ପାଇଥିଲି ତତେ
ସେଥିଲାଗି ମନା କଲାପରେ ବି
ଠାକୁରଙ୍କୁ କହିଥିଲି
ଭଲରେ ରଖିବାକୁ ତତେ ।।।।।
ମନ କଲୁ ବୋଲି
ତୋ ଅମଙ୍ଗଳ ଚାହିଁବିନି କେବେ
ତୁ ଯେଉଁଠି ରହ
ଯାହା ସାଥେ ରହ
ତୋ ଆଖିରେ ଲୁହ ନଆସୁ କେବେ ।।।।।
ପାଗଳ ପ୍ରେମିକ ଥିଲି ତୋ ପାଇଁ ମୁ
ପାଗଳାମୀରେ ଭାବିଦେଇଥିଲି
ଛୋଟ ସଂସାର ଗଢ଼ିବା ତୁ ଆଉ ମୁ ।।।।।
ସୁନ୍ଦରତା
ନୀଳ ଆକାଶର ସୁନେଲି କୀରଣରେ
ସୂର୍ଯ୍ୟମୁଖୀ ଭଳି ଚମୁକୁଥିଲା,
ମୁହଁରେ ତାର ଇନ୍ଦ୍ରଧନୁର ରଙ୍ଗ
ସବୁ ମିଶି ଛିଟା ମାରୁଥିଲା,
ତାକୁ ଦେଖିଦେଲେ ଯେମିତି
ମୋ ମନରେ ସମୁଦ୍ରର ଢେଉ
ବାଡେଇହେଲାଭଳି ମୋତେ ଲାଗୁଥିଲା,
କହି ତ ପାରିବିନି ତା ପାଇଁ
ମୁଁ ପାଗଳ ଭଅଁର ଭଳି
ଏ ଗଛରୁ ସେ ଗଛ କାଇଁ ଖୁସିରେ ଡେଉଁଥିଲି,
ଏତିକି ଜାଣିଛି ତାକୁ ଦେଖିଲାପରେ
ମୁଁ ସବୁ କିଛି ଭୁଲିଯାଉଥିଲି ।।।।।
ମଧୁରର ସୋନ୍ଦର୍ଯ୍ୟତା
ମେଘର ସେଇ ବୁନ୍ଦା ବୁନ୍ଦା ପାଣି
ତା ପାଦରେ ପଡ଼ି
ମେଘ ବି ସୁନ୍ଦର ଦିଶୁଥିଲା,
ସୀତର କାକର ବି
ତା ଓଠରେ ପଡ଼ି
ଉଜ୍ଜଳ ଲାଗୁଥିଲା,
ଗ୍ରୀଷ୍ମର ତାତି ବି
ତା ଉପରେ ପଡି
ଛାଇ ହେଇଯାଉଥିଲା,
ବର୍ଣ୍ଣନା କରିବି କିଭଳି
ତାକୁ ଯିଏ ଗଢିଛି ଏମିତି କରି
ସିଏ ୧୦୦ ସୋମବାର ଓଷା କରିଥିବ
ଶିବଙ୍କ ନାମ ଧରି ।।।।।
Also Read:-Top 25+ Hindi Shayeri // Hindi Shayeri
Odia Kavita//Odia Kavita//Odia Kavita//Odia Kavita//Odia Kavita//Odia Kavita//Odia Kavita//Odia Kavita//Odia Kavita//Odia Kavita//